Styles: English, Odia, Translated.
Click here to listen.
ଧର୍ମ ର ରଜ୍ଜୁ ରେ, ଭକ୍ତି ଫୁଲ ଗୁନ୍ଥି,
କରିଥିଲି ଏକ ହାର,
ତୁମ ଗଳେ ହର, ଲମ୍ବାଇବା ଲାଗି,
ଟେକିଦେଲି ଦୁଇ କର। … (୧)
କେଉଁ ଦିଗେ ଅଛ, କେଉଁ ଦିଗେ ନାହଁ,
ଖୋଜି ପାରିଲିନି କାହିଁ,
ଏତେ ଦେବାଳୟ, ଦଣ୍ଡାୟମାନ ଯେ,
କେଣେ ରହିଛ ଗୋସାଇଁ। … (୨)
କେଉଁ ଶବ୍ଦରେ ମୁଁ, ତୋରେ ଡାକିବି ହେ,
କୁହ ହେ ଭୂଜଂଗଧର,
କି ସାଧନା ମୋତେ, କରିବା ବିଧେୟ,
ଅଥବା ତେଜିବି ଘର। … (୩)
ସଂସାର ଦେଇଛ, ରହିଛି ସେଇଠି,
ମୋହ ପଙ୍କ ମୁଖେ ବୋଳି,
ସେଥି ପାଇଁ ତୁମ, କରୁଣା ବରଫ,
ପଡ଼ିଗଲା କି ତରଳି। … (୪)
ଦୂରେଇ ଯାଆ ନି, ଖୋଜି ନ ପାରିବି,
ଭୁଲ୍ ଭୁଲେୟାରୁ ତୋତେ,
କଣ୍ଟା ଫୋଡିହୋଇ, ଝୁଣ୍ଟି ପଡୁଥାଇ,
ଯନ୍ତ୍ରଣା ହେଉଛି ମୋତେ। … (୫)
ବତାସ ଆସିଲେ, ବାଇକି ଡର ଇ,
ବସି ଥାଇ ବସା ଡାଳେ,
ମୁଁ ଅଜ୍ଞାନ ଜନ ଚକିତ, ମାେ ପ୍ରାଣ,
ଖୋଜଇ ତୋ ବାହୁ ତଳ। … (୬)
ଖୋଜୁଛି ବୋଲି ମୁଁ, ତୁ ଦେଖା ଦେଉନୁ,
ନ ଖୋଜିବା ଭାଗ୍ୟେ ନାହିଁ,
ଦହଲେ ବିକଳେ, ତୋ ପଙ୍କଜ ତଳେ,
ମିନତୀ କରଇ ମୁଁହି। … (୭)
- Poem by ସ୍ନିଗ୍ଧା ରାଣୀ ସାହୁ
- Photo by Quang Nguyen Vinh from Pexels