Styles: English, Odia, Translated.
Click here to listen.
ବରଷେ ଯେବେ, ବରଷା ହୁଏ,
ସରସୀ ଜଳ, ଉଛୁଳେ କୂଳେ,
ମଣ୍ଡୁକ ରାଜା, ମାଣ୍ଡଭି ତୀରେ,
ଗାଇ ଗାଇକା, ନାଚଇ ଧୀରେ।
ନଳିନୀ ରାଣୀ, ମୁଣ୍ଡ ହଲାଇ,
ମଧୂପେ ଡାକେ, ଫୁଲେଇ ହୋଇ,
ବରଷେ ଯେବେ, ବରଷା ହୁଏ,
ସରସୀ ଜଳ, ଉଛୁଲେ କୂଳେ।
ଟିକି ମୀନ ଟି, କୁହେ କା କାନେ,
ଆସ ରେ ଆସ, ଡେଇଁବା ମେଳେ,
ଧୀବର ଭାଇ, ହରଷ ହୋଇ,
ଜାଲ ତା ନେଇ, ବିଛାଏ ଜଳେ।
ବରଷେ ଯେବେ, ବରଷା ହୁଏ,
ସରସୀ ଜଳ, ଊଛୁଳେ କୂଳେ,
କପୋତୀ ଦାଲେ, ବସି ବିକଳେ,
କପୋତ ପାଶେ, ଦେଖେ ମାହ୍ଲରେ।
ନାଚାଇ କେକୀ, ଶଇଳ ଶିଖେ,
ପୁଚ୍ଛ ମେଲାଇ, ନଭକୁ ଦେଖେ,
ଝିଂଟିକା ଭାଇ, ନିଶ ହଲାଇ,
ଦୂର୍ବଦଳକୁ, ନିଏ କୋଳେଇ।
ଗାଇଆଳ ର, ସଙ୍ଗୀତ ସ୍ୱର,
ଭାସି ଆସିନ, କରେ ବିଭୋର,
ବଗ ବଗୁଲି ଙ୍କ, ଦାଙ୍କଡା ନୃତ୍ୟ,
କଙ୍କଡ଼ା ଦେଖିଣ, ହୁଏ ଚକିତ।
ବାଇ ଝୁଲୁ ଥାଏ, ବସାର କୋଳେ,
ଘୋର ବତାସ ରେ, ଝ।ଉଁ ର ଡ୍ଡାଲେ,
ବରଷେ ଯେବେ, ବରଷା ହୁଏ,
ସରସୀ ଜଳ, ଉଚ୍ଛୁଲେ କୂଳେ।
- Poem by ସ୍ନିଗ୍ଧା ରାଣୀ ସାହୁ
- Image by Peter H from Pixabay