View on GitHub

breaking-selfish-love

ତୁଟାଇ ସ୍ବାର୍ଥ ର ମୋହ। (୧୩/୫/୨୦୨୦)

Styles: English, Odia, Translated.
Click here to listen.

ଭାଇ ବନ୍ଧୁ, ଯେତେ ହୋଇଥିଲେ ଭିନ୍ନେ,

ଆଜ ହେଲେ ଏକ ଯୁଟ,

କେତେ କାଳୁ ଦୂର, ହୋଇ ରହିଥିଲେ,

ଏବେ ହୁଅନ୍ତି ଭେଟ ଘାଟ।



ଏକ ମନ, ଏକ ଆତ୍ମା ହୁଏ ଏକ,

ଏକ ସଙ୍ଗେ ହସ କାନ୍ଦ,

ଏକ ପରିବାର, ଏ ଧରା ମଣ୍ଡଳ,

ବାନ୍ଧିଲେ ସମ୍ପର୍କ ବନ୍ଧ।



ଆଜି ସାନ ବଡ଼, ସଭିଏଁ ସମାନ,

ଜାତି ଧର୍ମ ଲୋଡା ନହିଁ,

ମାନବର ଧର୍ମ, ପ୍ରତିଷ୍ଠା ହେଉଛି,

କର୍ମ ମହା ଧର୍ମ ହୋଇ।



ଧନୀ ଗରୀବର, ସେ ମହା ପ୍ରାଚୀର,

ପଡି ଯାଇଅଛି ସୋଇ,

ପ୍ରାଚୀର କୁ ଟେକି, ଉଠାଇବା ପାଇଁ,

କିଏ ନହିଁ କେଓଁଥାଇଁ।



ଡାକ୍ତର ଝାଡ଼ୁଦାର, ଅବା ସରକାର,

ଦେଶର ଅଟନ୍ତି ପୂଜ୍ୟ,

ସଜାଗ ପ୍ରହରୀ, ଅଟନ୍ତି ମହାନ,

ମହାନ କୃଷି ସମାଜ।



ବିଶ୍ଵ ଦରବାରରେ, ଆମ୍ଭେ ଯେତେ ପ୍ରାଣୀ,

କରିବା ସଭିଙ୍କୁ ସ୍ନେହ,

ମମତାର ମୂଲ, ତୁଳନା ନୁହଇଁ,

ଟୁଟାଇ ସ୍ୱାର୍ଥର ମୋହ।