View on GitHub

biography-of-a-palm-tree

ତାଳ ଗଛର ଆତ୍ମ ଗାଥା (୫/୫/୨୦୨୦).

Styles: English, Odia, Translated.
Click here to listen.

ତାଳ ଗଛ ସିଏ, ନିରୀମାଖିତିଏ,

ଦୂରକୁ ଦୂରକୁ ଦେଖୁଚି,

ତା ଦୁଃଖ ପସରା, ଅଟେ ଅପାସୋରା,

ବ।ହୁନି ସତେକି କହୁଚି,

ତାଳ ଗଛ ସିଏ। … (୧)



ଦିନେ ପ୍ରଭାତରେ, ଅଧା ଶରୀରରେ,

ନିଆରେ ଜଳି ଡାକୁଛି,

କିଏ ତୁ ମାନବ, ଜଳାଇ ଶରୀର,

ତଡ଼ପି ତର୍ଡପି ମାରୁଛି।

ତାଳ ଗଛ ସିଏ। … (୨)



ତା ଜଳା କାୟାକୁ, ନିତି ଆକ୍ଷି ପଡେ,

ଖୋଜେ ତା ନରମ ମନକୁ,

ବୁଝି ପାରେନି ତା, ହୃଦୟ ଦରଦ,

କେତେ ଅଛି ଗଭୀରକୁ।

ତାଳ ଗଛ ସିଏ। … (୩)



ଦେଖ ବିଭୁଙ୍କର, କି ସୁନ୍ଦର ବିଚାର,

ତା ଗଭା ମଣ୍ଡିତ ଫଳ,

ଝୁଲି ପଡ଼ିଅଛି, ହସି ହସି କରି,

ଆନନ୍ଦେ ସିଏ ବିଭୋର।

ତାଳ ଗଛ ସିଏ। … (୪)



ସତ୍ୟ ଘଟଣା ଉପରେ ଆଧାରିତ।
ଅଧା ପୋଡ଼ା ଏକ ତାଳ ଗଛ ରେ କେତେ ପେନ୍ଥା ତାଳ ଫଳିବାର ଦେଖି ଏହି ଦୃଶ୍ୟ କୁ
ରୂପ ଦେଲି ମୁଁ, ଅନେକ ସମୟରେ ଏହି ଗଛ ରେ ମାେ ଆଖି ଲଖିଥାଏ,ଦିନେ ହଠାତ୍
ଦେଖେ ତ ସବୁଜ ସତେଜ ନବ ଯୌବନ। ତାଳ ଗଛ ଟି ନିଅ ରେ ଜଳୁଛି ଏହା ପରେ …