View on GitHub

all-your-gifts

ସବୁତ ତୁମରି ଦାନ (୨୦/୯/୨୦୧୯).

Styles: English, Odia, Translated.
Click here to listen.

ଯାହା ତ ଦେଇଛ, ତୁମେ ଚଉ ବାହା,

ସବୁତ ତୁମରି ଦାନ ମାହା ବାହୁ,

ସବୁତ ତୁମରି ଦାନ,

ମୋର ମୋର ବୋଲିି, ଯେତେ ମୁଁ କହିଲେ,

ଭୋଗ ଇ ଯାତନା ମାନ। … (୧)



ସଂସାର ରେ ମୋତେ, ଜନମ ଦେଇଣ,

କାହିଁକି ଆଣିଛ ପ୍ରଭୁ,

କି କର୍ତ୍ତବ୍ୟ ମୁଁହି, କରିଥାନ୍ତି ସବୁ,

ଜାଣି ନ ପାରଇ ବିଭୁ। … (୨)



କହି ଦିଅ ମୋତେ, ଆସିଣ ଅଗ୍ରତେ,

ନରହିବ ମୋର ଦ୍ଵନ୍ଦ,

ପଥହରା ମୁଁହି, ମରୀଚିକା ମେଳେ,

ରହି ଗଣାଇ ପ୍ରମାଦ। … (୩)



ଯୁଆଡ଼େ ଦେଖଇ, ବାଟ ତ ଅନେକ,

କେଉଁ ପଥେ ଯିବି କୁହ,

ଯେଉଁ ପଥେ ମୋର, ତୁମ ସାଥେ ଭେଟ

ହେବ ବୈକୁଣ୍ଠ ବର। … (୪)



ଯାତନା ବେଦନା, ସବୁତ ସହିଲି,

ଆଉକି ରହିଲା ବାକି,

ପ୍ରାଣର ଦେବତା, ମଉନ ମୁହାଁ ହେ,

ଦେବକିଗୋ ମୋତେ ଠକି। … (୫)



ଯାହା ତ ଦେଇଛ, ତୁମେ ଚୌ ବାହା,

ସବୁତ ତୁମରି ଦାନ ମହାବାହୁ,

ସବୁତ ତୁମରି ଦାନ। … (୬)



ଦୁଃଖୀ ତାର ଅନ୍ତର ଦହନ କୁ ଏକାନ୍ତ ରେ ପରବ୍ରହ୍ମ ଙ୍କ ଠାରେ ପରିପ୍ରକାଶ କରେ।