Styles: English, Odia, Translated.
Click here to listen.
ମିଛ ମାୟା ଭରା, ନୁହେଁ ଏ ସଂସାର,
ସଭିଏଁ ତ ଆପଣାର,
ଆପଣାର ଭାଇ, ବନ୍ଧୁ ଓ କୁଟୁମ୍ବ,
ନୁହେଁ କେହି ସlତପର,
ସଭିଏଁ ତ ଆପଣାର ।
ଯୁଗ ପରେ ଯୁଗ, ବିତି ତ ଯାଉଚି,
ସମ୍ପର୍କ ହୋଇଲା ମିଠା,
ମଧୁ ଠାରୁ ମିଠା, ଆମ୍ବ ଠୁ ରସାଳ,
ମମତା ହୋଇଛି ଠିଆ ।
ସ୍ନେହ ଓ ପ୍ରେମର, ମହକ ଝରୁଛି,
ଜହ୍ନ ସମାଜରୁ ଭାସି,
ଯେପରି ଜାଂହବି, ସରଗୁ ଝରିଲେ,
ମାରତ ଭୁବନ ଆସି।
ଗୋଟିଏ ଆଖିରୁ, ଝାରିଲେ ଲୋତକ,
କୋଟିଏ ମାନବ କନ୍ଦେ,
ପରଣ ମିଶିଲା, ପାରଣ ସହିତ,
ବିଶ୍ଵ ପୁରିଛି ପ୍ରମାଦେ।
ଘୁଞ୍ଚି ଜଉ ବିଶ୍ବୁ, କେତକ ଯାତନା,
ନୂଆ ସକାଳ ବିରାଜୁ,
ପ୍ରକୃତି ରାଣୀର, ନବ ପରିଧାନ,
ସତ୍ଵିକ ରୂପ ବିରାଯୁ।
ପଞ୍ଚମ ତାନରେ, କୋଇଲି ର ସ୍ଵରରେ,
ରାତ୍ରି ପ୍ରହରୁ ସୁଭେ,
ଦିବା ଓ ଯାମିନୀ, ଧରଣି ଅଙ୍ଗରେ,
ଶୁଦ୍ଧ ସମୀରଣ ବହେ।
ଜାହ୍ନବୀର ନୀର, ନୀଳ ଦିଶିଲାଣି,
ଆକାଶେ ଫୁଟିଛି ତାରା,
ସତେକି ସ୍ୱରଗ, ଓହ୍ଲାଇ ଆସୁଛି,
ଧରଣି ବୁକୁରେ ପରା।
- Poem by ସ୍ନିଗ୍ଧା ରାଣୀ ସାହୁ
- Photo by Quang Nguyen Vinh from Pexels