View on GitHub

a-request-to-you

ଏତିକି ମିନତୀ ତୋତେ। (୨୦୧୯)

Styles: English, Odia, Translated.
Click here to listen.

ଜୟ ମା ଶିବାନୀ, ତୋ ପଦେ ପ୍ରଣତୀ,

ଜଣାଉ ଭକ୍ତ ସମାଜେ,

ତୁହି କାତ୍ୟାୟନୀ, ତୁହି କାପାଳିନି,

ପ୍ରଣାମ ପଦ ପାଙ୍କଜେ। … (୧)



ତୁହି ମା ଶାରଳା, ତୁହି ମା ବିମଳା,

ମଙ୍ଗଳା ମାଆ ତାରିଣୀ,

ଜୟ ମା ବିରଜା, କାଳୀ କରାଲିଲୋ,

ନମୁ ତ୍ରିଶୂଳ ଧାରିଣୀ। … (୨)



କେତେ ରୂପ ତୋର, କିଏ ବା ଜାଣିଛି,

ବର୍ଣ୍ଣନା ଅତୀତ ତୁଲୋ,

ମାତା କମଳିନୀ, ଶ୍ରୀକ୍ଷେତ୍ର ବାସିନୀ,

ଶୁଣୁ ଭକତ ଙ୍କ ବୋଲ। … (୩)



ଦୟ।ବତୀ ମାଲୋ, ଦୟାର ଝରଣା,

ତୋ ପଦରୁ ଝରୁଥାଉ,

ସେ ପୀୟୂଷ ଜଳ, ସେବି ଭକ୍ତ ଜନ,

ଜୀବନ ଧନ୍ୟ ତା ହେଉ। … (୪)



ଅତୀତ ଆଗତ, ଜଣା ତୋ ଅଗ୍ରତ,

ପାପ ନଶିନୀ ଲୋ ମୋର,

ଦୁର୍ଭାଗ୍ୟ ବାଦଲ, ହଟାଇ ଦେ ମାଆ,

ମିନତୀ ତୋ ଶ୍ରୀପୟର। … (୫)



କିଏ କେତେ ନେଲେ, କିଏ କେତେ ଦେଲେ,

ସେଥିରେ ଶ୍ରଦ୍ଧା ତୋ ନାହିଁ,

ଯାହା ତୁ ଖୋଜୁମା, ମାେ ପାଖେ କି ନାହିଁ,

ଦୟା କରି ଦେଏ କହି। … (୬)



ଫୁଲେ ଫଳେ ରସେ, ନ ଥାଏ କି ଶ୍ରଦ୍ଧା,

କଲେ କେତେ ଉପବାସ,

କେଉଁ ପୂଜାରେ ତୁ, ପ୍ରସନ୍ନ ହେଉ ମା,

କିପରି ହେବୁ ହରଷ। … (୭)



କେତେ ଦିନ ମାଗୋ, ନୀରବ ରହିବୁ,

କରିଛୁକି ମୌନ ବ୍ରତ,

ଅଧାରୁ ଅଧିକ, ବିତିଯାଇଛି ମାଆ,

ମାେରି ଜୀବନ ପଥ। … (୮)



ଅଳ୍ପ ବାଟେ ଆଉ, ଦେଖା କି ପାଇବି,

ଭରସା କରିକି ତୋତେ,

କିପରି ତୋହର, ରୂପ ମ।ଧୁରିମା,

ଆଙ୍କିବୁ ମୋରି ଅଗ୍ରତେ। … (୯)



ପଥ ସିନା ଯାଏ, ହୁଡିଲୋ ଜନନୀ,

ଆଶା ତ ଜଳୁଛି ଏବେ,

ଜୀବ ଥିବା ଯାଏଁ, ସେ ପ୍ରଦୀପ ଜଳୁ,

ଏତିକି ମିନତୀ ତୋତେ,

କରେ ପ୍ରଣତୀ ଅଗ୍ରତେ। … (୧୦)