Styles: English, Odia, Translated.
Click here to listen.
ଦେଖିଲି ପିମ୍ପୁଡି, ଘୁରିବୁଲୁଥିଲା,
ଏପଟରୁ ସେପଟକୁ,
ତଳ ଓ ଉପର, ମୁହାଁ ହେଉଥିଲା,
ଚାହାଁ ଇ ଜଳ ଧାରାକୁ। … (୧)
ଜଳେ ବୁଡିଥିଲା, କୁନ୍ଦୁରି କାକୁଡ଼ି,
ରହି ରହି ଦେଖୁଥାଇ,
କାଳେ ଯିବ ବୁଡ଼ି, ମନେ ଶଙ୍କା ଥାଇ,
ଜାଣେନି କିବା ଭାବାଇ। … (୨)
ଅନେକ ସମୟ, ଭୃଥା ଚେଷ୍ଟା କରି,
ସେହିଠାରେ ବୁଲୁ ଥାଇ,
କି ଭାବୁଥିଲା, ସେ ମୋତେ ଜଣାନାହିଁ,
ଅନୁଧ୍ୟାନ ଯାହା କଲି,
ଭିଡିଓ କରିନ, ତାଗତି ଧାରାକୁ,
ଉତ୍ତୋଳନ କରୁଥିଲି। … (୩)
ଭାଷାରେ ତାହାମୁଁ, ପ୍ରକାସୀ ଦେଇଚି,
ନୁହେଁ ମୁଁ ପ୍ରାଣୀବିଜ୍ଞାନି,
ଚିତ୍ତ କୁ ଆକର୍ଷି, ଥିବାରୁ ସେ ଛବି,
ଚିତ୍ର ରୂପେ ଦେଲି ଟାଣି। … (୪)
ଆଉ ଯଦି କିଛି, ରହସ୍ୟ ଥିବତ,
ତାହା ମାେ ଅଜ୍ଞାତ ମାତ୍ର,
ଥରେ ଦେଖିକରି, ଅନୁମାନ କଲି,
ହେଉ ମିଥ୍ୟା ଅବା ସତ୍ୟ। … (୫)
ସତ୍ୟ ଘଣାବଳୀ।
- Poem by ସ୍ନିଗ୍ଧା ରାଣୀ ସାହୁ
- Photo by Quang Nguyen Vinh from Pexels